ଆରମ୍ଭ ହେଲା ୩୦ ତମ ଜାତୀୟ ଜୁନିଅର ଫେନ୍ସିଂ ଚମ୍ପିଅନ୍‌ସିପ୍‌

କଟକ,ଏନ୍ଏନ୍ଏସ୍: କଟକରେ ଆରମ୍ଭ ହେଲା ୩୦ ତମ ଜାତୀୟ ଜୁନିଅର ଫେନ୍ସିଂ ଚମ୍ପିଅନ୍‌ସିପ୍‌। ଜବାହାର ଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହା ୪ ଦିନ ଧରି ଖେଳାଯିବ। ଦେଶର ୩୦ଟି ରାଜ୍ୟରୁ ମୋଟ ୬୫୦ ଖେଳାଳି ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

ଉଭୟ ରାଜ୍ୟ କ୍ରୀଡା ବିଭାଗ ଓ ରାଜ୍ୟ ଫେନ୍ସିଂ କ୍ରୀଡା ସଙ୍ଘର ମିଳିତ ଉଦ୍ୟମରେ ଏହି ମେଗା ଆୟୋଜନ ହୋଇଛି। ଏହି ମେଗା ପ୍ରତିଯୋଗିତାରେ ଓଡିଶା ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ। ତେବେ ଏହି ସଫଳ ଆୟୋଜନ ପରେ ସର୍ବ ଭାରତୀୟ ସଙ୍ଘ ଓଡିଶାକୁ ଆହୁରି ମେଗା ପ୍ରତିଯୋଗିତା ପ୍ରଦାନ କରିବ ବୋଲି କହିଛନ୍ତି ରାଜ୍ୟ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ।