ଲଣ୍ଡନ ରାଜ୍ୟଗୋଷ୍ଠୀ କ୍ରୀଡା, ଜୁନିୟର ଫେନ୍ସି ଟିମ ଚୟନ ଆରମ୍ଭ

କଟକ,ଏନ୍ଏନ୍ଏସ୍: ଅଗଷ୍ଟରେ ଲଣ୍ଡନରେ ଖେଳାଯିବାକୁ ଜୁନିୟର କମନୱେଲଥ ଗେମ। ଏଥିପାଇଁ ଜୁନିୟର ଟିମ୍‌ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ଅଲ ଇଣ୍ଡିଆ ଫେନସିଂ ସଂଘ। କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜି ଦିନିକିଆ ଟିମ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।

ସର୍ବ ଭାରତୀୟ ସ୍ତରରୁ ମୋଟ ୨୫୦ ଖେଳାଳି ଏହି ଟ୍ରାଏଲରେ ଯୋଗ ଦେଇଛନ୍ତି। ଏହି ଖେଳାଳିଙ୍କ ମଧ୍ୟରୁ ୧୨ ଜଣ ବାଳିକା ୧୨ ଜଣ ବାଳକଙ୍କୁ ବାଛିବ ସଂଘ। ଏହି ଟିମ ଲଣ୍ଡନ ଗସ୍ତ କରିବ। ଏହାସହ ଅଫିସିଆଲ ପାଇଁ ୪ ଜଣ ପୁରୁଷ ଓ ୫ ଜଣ ମହିଳା ମଧ୍ୟ ଚୟନ କରିବ ସଂଘ। ପଞ୍ଜାବ, ହରିୟାଣା ଏସଏସବି ଓ କେରଳରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।

କଟକରେ ୩୦ ତମ ଜାତୀୟ ଜୁନିୟର ଫେନ୍ସିଂ ଚାମ୍ପିୟନସିପ ଶେଷ ହୋଇଛି। ପୁରୁଷ ବିଭାଗରେ ଜମ୍ମୁ-କାଶ୍ମୀର ଓ ମହିଳା ବର୍ଗରେ ହରିୟାଣା ବାଜିମାତ କରିଛନ୍ତି। ୪ ଦିନ ଧରି ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମେଗା ପ୍ରତିଯୋଗିତାରେ ସମସ୍ତ ମ୍ୟାଚ୍‌ ବେଶ ରୋମାଞ୍ଚକର ହୋଇଥିଲା। ଓଡିଶା କେବଳ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଲଢ଼ିପାରିଥିଲା।