ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଜିନିୟର

ଅନୁଗୁଳ,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଜିନିୟର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଜେଇ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଜେଇଙ୍କ ସରକାରୀ ବାସଭବନ ସହ ଆମ୍ବପାଳ ସ୍ଥିତ ପୈତୃକ ଘର ଓ ଶଶୁର ଘର କୁମଣ୍ଡ ସ୍ଥିତ ନିଜ ଘର ସହ ମୋଟ ୪ଟି ସ୍ଥାନରେ ଚଢାଉ ଜାରି ରହିଛି।

ଚଢ଼ଉ ବେଳେ ନଗଦ ଟଙ୍କା, ୫ରୁ ଅଧିକ ବ୍ୟାଙ୍କରେ ୪୦ ଲକ୍ଷରୁ ଅଧିକ ଟଙ୍କା ସହ ୧୦୦ ଗ୍ରାମ ସୁନା ଓ ବିଭିନ୍ନ ସ୍ଥାନରେ ଜମି, ଘର ଓ ଗାଡି ଥିବା ଜଣାପଡ଼ିଛି। ଏହି ଚଢଉରେ କଟକ ଭିଜିଲାନ୍ସର ଦୁଇଜଣ ଡିଏସ୍‌ପିଙ୍କ ସମେତ ଅନୁଗୋଳ ଡିଏସ୍‌ପି ଓ ଅନ୍ୟ ଅଫିସର ମାନେ ସାମିଲ ଅଛନ୍ତି।