ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କମୁଛି ସଂକ୍ରମଣ। ଅଢେଇ ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମିତ ମାମଲା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୨ଲକ୍ଷ ୯ ହଜାର ୯୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ମାମଲାକୁ ମିଶାଇ ଦୈନିକ ସଂକ୍ରମଣ ହାର ୧୫.୭୭ ପ୍ରତିଶତ ରହିଛି। ସେହିପରି ଦିନକରେ ୨ ଲକ୍ଷ ୬୨ ହଜାର ୬୨୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଦିନକରେ ୯୫୯ ଜଣଙ୍କ ଜୀବନ ନେଇଛି ମହାମାରୀ। ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୯୫ ହଜାର ୫୦ କୁ ବୃଦ୍ଧି ହୋଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ସକ୍ରିୟ ମାମଲା ୧୮,୩୧,୯୩୭ରେ ପହଞ୍ଚିଛି। ଏଯାବତ୍ ୧,୬୬,୦୩,୯୬,୨୨୭ କୋଟି ଭ୍ୟାକ୍ସିନ ଡୋଜ୍ ଦିଆସରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୧୩ ଲକ୍ଷ ୨ ହଜାର ୪୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।