ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଝାରସୁଗୁଡ଼ା ପହଞ୍ଚିଛନ୍ତି । ଏୟାରପୋର୍ଟରେ ବିଜେପି ବରିଷ୍ଠ ନେତୃବୃନ୍ଦ ଶ୍ରୀ ନଡ୍ଡାଙ୍କ ସ୍ୱାଗତ କରିଛନ୍ତି ।
ସୂଚନାଯୋଗ୍ୟ, ଜେପି ନଡ୍ଡା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହିକ୍ରମେ ଆଜି ଝାରସୁଗୁଡ଼ାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ । ପରେ ବରଗଡ଼ ଲୋକସଭା କ୍ଷେତ୍ର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଭେଟିବେ । କାଲି ଭବାନୀପାଟଣା ସାଧାରଣ ସଭାରେ ଯୋଗଦେବେ ।