ବିଜେପି ସାଧାରଣ ସଚିବଙ୍କ ଏକ ବୈଠକ ଡକାଇଲେ ଜେପି ନଡ୍ଡା

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୮ ତାରିଖରେ ଦଳୀୟ ସଚିବଙ୍କୁ ନେଇ ଏକ ବୈଠକ ଡାକରା ଦେଇଛନ୍ତି। ତେବେ କ’ଣ ପାଇଁ ଏହି ବୈଠକ ଡକାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

ଗତ ସେପ୍ଟେମ୍ବର ମାସରେ ନଡ୍ଡା ତାଙ୍କର କାର୍ଯ୍ୟାଳୟରେ କେତୋଟି ବଡ଼ ଅଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିଥିଲେ। ଯେଉଁଥିରେ ରାମ ମାଧବ, ପି ମୁରଲିଧର ରାଓ, ସରୋଜ ପାଣ୍ଡେ ଓ ଅନିଲ ଜୈନଙ୍କୁ ସାଧାରଣ ସଚିବ ଭାବେ ଘୋଷଣା କରିଥିଲେ। ଏଥିସହିତ ସେ କହିଥିଲେ କି ସାଧାରଣ ସଚିବଙ୍କ ଦଳ କୌଣସି ଅର୍ଗାନାଇଜେସନ ପାଇଁ ମୁଖ୍ୟ ଭୂମିକା ରଖିଥାଏ।