କେରଳର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଇଡ଼ିର ସମନ

କୋଚି,ଏଜେନ୍ସି: କେରଳର ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନଙ୍କ ବ୍ୟକ୍ତିଗତ ସଚିବ ସିଏମ୍ ରବିନ୍ଦ୍ରନଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି। ଶୁକ୍ରବାର ସୁଦ୍ଧା ତାଙ୍କୁ କୋଚିର ଇଡ଼ିରେ ହାଜର ହେବାକୁ କୁହାଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା(ଆଇଟି) ମନ୍ତ୍ରାଳୟର କିଛି ନିଯୁକ୍ତି ସହିତ ସମ୍ପର୍କ ଥିବା ନେଇ ସମନ ଜାରି ହୋଇଛି।

ଗିରଫ ହୋଇଥିବା ପୂର୍ବତନ ଆଇଟି ସଚିବ ଏମ ଶିବଙ୍କର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରବିନ୍ଦ୍ରନଙ୍କ ମଧ୍ୟରେ କିଛି କାରବାର ହୋଇଥିବା ସମ୍ପର୍କରେ ଜଣାପଡ଼ିଥିଲା। ଏହାକୁ ଆଧାର କରି ରବିନ୍ଦ୍ରନଙ୍କୁ ସମନ ପଠାଯାଇଛି।