ଉପଖଣ୍ଡୀୟ ସାମ୍ବାଦିକ ସଂଘର ବନ୍ଧୁ ମିଳନ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ରେ ଏକ ମାତ୍ର ସ୍ୱୀକୃତି ପ୍ରାପ୍ତ ଉପଖଣ୍ଡିୟ ସାମ୍ବାଦିକ ସଂଘର ବନ୍ଧୁ ମିଳନ କାଂହା ନର୍ସରିରେ ସଂଘର ସଭାପତି ଲଷ୍ମୀକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁମିଳନରେ ଉପଖଣ୍ଡର ତିନୋଟି ବ୍ଲକରୁ ସମସ୍ତ ସାମ୍ବାଦିକମାନେ ଯୋଗଦେଇଥିଲେ। ସଙ୍ଘ ପକ୍ଷରୁ ତିନୋଟି ବ୍ଲକରେ ଥିବା କଲେଜ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସେମିନାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମେ ସଂଘର ସମ୍ପାଦକ ପ୍ରବୀଣ ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ଆଗାମୀ ଦିନରେ ସଂଘର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ସଭ୍ୟ ସଦାଶିବ ସରାଫ ସଦାନନ୍ଦ ବେହେରା ସୁବୋଧ ମେହେର ପ୍ରମୁଖ ଆଗାମୀ ଦିନରେ ସଂଘକୁ ଆହୁରି ମଜୁବୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।ସଂଘର କୋଷାଧ୍ୟକ୍ଷ ବଂଶୀଧର ସେଠ ଆୟବ୍ୟୟ ହିସାବ ପ୍ରଦାନ କରିଥିଲେ ଏହି ବନ୍ଧୁ ମିଳନରେ ରାଜେଶ ଚାନ୍ଦ ବିଶ୍ୱାସ ପଟନାୟକ ତାପସ ରଞ୍ଜନ ବେହେରା ରଞ୍ଜନ ମେହେର ଲଲିତ ମିଶ୍ର ଦିଲୀପ ଭୋଇ ଭୁବନେଶ୍ୱର ବାରିକ ଗଣେଶ ଦାସ ମନୋଜ କୁମାର ମିଶ୍ର ମେଘନାଦ ସାହୁ ଓ ପିଣ୍ଟୁ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସଂଘର କୋଡ଼ିନେଟର ମୁନା ଚୋପଦାର ଧନ୍ୟବାଦ ଅର୍ପଣ କରିଥିଲେ।