ସାମ୍ବାଦିକଙ୍କୁ କରୋନା ଟିକା ଦିଆଯାଉ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲାରେ ଅଧିକାଂଶ ସାମ୍ବାଦିକଙ୍କ ବୟସ ୪୫ ବର୍ଷରୁ କମ୍ ରହିଛି । କିନ୍ତୁ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ହିଁ  ଟିକାଦାନ କରାଯିବାର ସରକାରଙ୍କ ନିୟମ କାରଣରୁ ଏମାନେ ଟିକାକରଣରୁ ବାଦ ପଡ଼ୁଛନ୍ତି। ତଥାପି କରୋନା ସଂକ୍ରମଣକୁ ଖାତିର ନ କରି ସାମ୍ବାଦିକମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ଆଜି ଜିଲ୍ଲାର ସାମ୍ବାଦିକମାନେ ଜିଲ୍ଲାପାଳ ସ୍ୱାଧ୍ୟା ଦେବ ସିଂଙ୍କୁ ଭେଟି ୪୫ ବର୍ଷରୁ କମ୍ ବୟସର ସାମ୍ବାଦିକଙ୍କୁ ମଧ୍ୟ ଟିକାକରଣ ଅଭିଯାନରେ ସାମିଲ କରିବାକୁ ଅନୁରୋଧ କରିଥିଲେ । ଏସମ୍ପର୍କରେ ଏକ ତାଲିକା ପ୍ରସ୍ତୁତି କରି ଟିକାକରଣ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ର୍ରୁତି ଦେଇଛନ୍ତି। ଜିଲ୍ଲା ସମ୍ବାଦିକ ସଂଘ ସଭାପତି ଲୋକାନାଥ ମହାପାତ୍ର, ଜର୍ଣ୍ଣାଲିଷ୍ଟ ଆସୋସିଏସସନ ଅଫ ନୂଆପଡ଼ା ସଭାପତି ସିସନ୍ତି ସିଂ କର, ଇଂ ସୀମାଞ୍ଚଳ ମହାପାତ୍ର, ଯୁଧିଷ୍ଠିର ପଟେଲ, ଦୀପକ ମିଶ୍ର ଓ ଅମିତ ପୁରୋହିତ ପ୍ରମୁଖ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।