ବାଲେଶ୍ୱର ବିକାଶ ପାଇଁ ୧୫୫ କୋଟି ଟଙ୍କା

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସହରର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୫୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ବସଷ୍ଟାଣ୍ଡ ଲାଗି ୮ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ତୁମୁଳିଆ ଫ୍ଲାଇଓଭରରୁ ଷ୍ଟେସନ ଛକ ଯାଏ ୬ ଲେନ୍ ରାସ୍ତାରେ ଆଧୁନିକ ଷ୍ଟ୍ରୀଟ ଲାଇଟ ଲାଗିବ। ଏଥିଲାଗି ୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାଲେଶ୍ୱର ମୁନିସିପାଲିଟିର ସବୁ ରାସ୍ତାର ଉନ୍ନତୀକରଣ କରାଯିବ। ୧୪ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇଣ୍ଡୋର ହଲ୍ ଓ ସୁଇମିଂ ପୁଲ ପ୍ରସ୍ତୁତ କରାଯିବ। ବୁଢାବଳଙ୍ଗ ନଦୀର ସୌନ୍ଦର୍ଯ୍ୟକରଣ ଓ ଉନ୍ନତି ଲାଗି ୫୩ କୋଟି ଟଙ୍କା ଖର୍ଚ୍ଚ ହେବ। ପୌରାଞ୍ଚଳରେ ଥିବା ସମସ୍ତ ପ୍ରମୁଖ ପୋଖରୀର ବିକାଶ କରାଯିବ। ସବୁ ଡ୍ରେନ ଓ ରାସ୍ତାର ବିକାଶ ପାଇଁ ୭ କୋଟି ଟଙ୍କା ବ୍ୟୟ ହେବ। ଏଥିସହିତ କାମ ଶୀଘ୍ର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।