ପାପଡାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର,ଏନ୍ଏନ୍ଏସ୍‌: ପାପଡାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୯ଟି ଗୋଷ୍ଠୀ ଗତ ହୋଇଥିବା ବେଳେ ୨୬ଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ଥିଲା। ଏଥିରେ ଆବଶ୍ୟକ ଡ଼ାକ୍ତରୀ ଚିକିତ୍ସା ସୁବିଧା,ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନ ମନ୍ତ୍ରୀ ଆବାସ, କର୍ମ ନିଯୁକ୍ତି, ଘର ଡିହ, ପଞ୍ଚାୟତ ସମିତି କାମର ବକେୟା ପାଉଣା ପାଇବା, ବ୍ୟାଙ୍କ ଋଣ ଯୋଗାଇଦେବା, ରାସ୍ତା ନିର୍ମାଣ ଓ ମରାମତି, ନିଯୁକ୍ତି, କୋଷାଗୁମୁଡ଼ା ବ୍ଲକର ଆର୍‌ଏମ୍‌ସି ଷ୍ଟଲ ଆବଣ୍ଟନ, ଭାରତ ମାଳା ପ୍ରକଳ୍ପର ଅନୁକମ୍ପା ରାଶି ପ୍ରଦାନ, ଅଙ୍ଗନୱାଡ଼ି କର୍ମୀ ପାଇଁ ନିଯୁକ୍ତି, ପାନୀୟ ଜଳ, ଶିକ୍ଷା ସମନ୍ଧୀୟ, ଜଙ୍ଗଲ ଜମି ପଟ୍ଟା, ମିଜମା ସଂକ୍ରାନ୍ତୀୟ ଇତ୍ୟାଦିର ଆପତ୍ତି, ଅଭିଯୋଗ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଥିଲେ।

ଏହି ଜନ ଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟର ଆରକ୍ଷୀ ଅଧିକ୍ଷକ ଏସ, ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରତ୍ନାକର ସାହୁ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜିତା ମଲ୍ଲିକ, ପଞ୍ଚାୟତ ସମିତି ଉପାଦକ୍ଷ୍ୟ ସୁଶାନ୍ତ କୁମାର ବେହେରା, ବ୍ଲକ୍‌ର ସରପଞ୍ଚ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର,ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣ ଲତା ବିଶ୍ୱାସ,ଜିଲ୍ଲା ବେସାମରିକ ଯୋଗାଣ ଅଧକାରୀ ସଞ୍ଜୀବ କୁମାର ସାହୁ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି ଭେଙ୍କଟ ରେଡ୍ଡୀ,ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନୀଆଳ, ଜିଲ୍ଲା ମତ୍ସ ଅଧିକାରୀ ଜଗଦୀଶ ରାଓଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ,ବ୍ଲକ୍ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ।