ଜର୍ମାନୀ ପରେ ଡେନମାର୍କ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ୟୁରୋପ ଗସ୍ତରେ ଅଛନ୍ତିି । ପ୍ରଥମ ଦିନରେ ଜର୍ମାନୀ ପହଞ୍ଚିବା ପରେ ଆଜି ଦ୍ୱିତୀୟ ଦିନରେ ଡେନମାର୍କ ପହଞ୍ଚିଛନ୍ତି । ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଡେନମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡରିକ୍ସନ ନିଜେ ଏୟାରପୋର୍ଟରେ ଉପସ୍ଥିତ ଥିଲେ । ମୋଦୀ ଏଠାରେ ଭାରତ-ନୋର୍ଡିକ ଶିଖର ସମ୍ମିଳନୀରେ ଭାଗ ନେବେ ।

ଡେନମାର୍କରେ ଜୋରଦାର ସ୍ୱାଗତ ପରେ ମୋଦୀ ରାଜଧାନୀ ପୋପେନହେଗମରେ ପହଞ୍ଚିଥିଲେ । ସେଠାରେ ତାଙ୍କର ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ହୋଇଥିଲା । ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି ସାକ୍ଷାତ ପରେ ଉଭୟ ଦେଶ ତରଫରୁ ସଂଯୁକ୍ତ ବୟାନ ଜାରି କରାଯାଇଥିଲା । ଏଥିସହିତ ଏଠାରେ ମୋଦୀ ଭାରତ-ଡେନମାର୍କ ବିଜନେସ ଫୋରମକୁ ମଧ୍ୟ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି ।