ଫସଲ ବୀମା ଦାବିରେ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଚାଷୀ ଅଧିକାର ପଦଯାତ୍ରା ଓ ଗଣ ଧାରଣା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାର ୫ ପଞ୍ଚାୟତର ଚାଷୀଙ୍କୁ ଫସଲ ବୀମା ପ୍ରଦାନ ନେଇ ଜିଲ୍ଲା ପ୍ରଶାସନ ଓ ଇନସୁରାନ୍ସ କମ୍ପାନୀର ଅବହେଳା ପ୍ରତିବାଦରେ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ୨ ଦିନିଆ ଚାଷୀ ଅଧିକାର ପଦଯାତ୍ରା ପରେ ଆଜିଠୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି । ଏହି ୫ଟି ପଞ୍ଚାୟତ ହେଲା କରଲଗା, ନୂଆଡ଼ିହି, ପଳାସମା, ଖିଲେଇ ଓ ଦନ୍ତାରୀବାହାଳ । ସଂଘର ସଭାପତି ସେମ ହେମ୍ବ୍ରମଙ୍କ ନେତୃତ୍ୱରେ ସମ୍ପାଦକ ଗୁଣନିଧି ବେହେରା, ସଦସ୍ୟ ଲଳିତ ମୋହନ ପ୍ରଧାନ, ଜଗଦାନନ୍ଦ ବାଗ, ଭକ୍ତ ବନ୍ଧୁ ପ୍ରଧାନ, ଗିରିଧାରୀ ପ୍ରଧାନ, ଦେବରାଜ ପ୍ରଧାନ ଓ ମୋହନ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଗତକାଲି କରଲଗା ପଞ୍ଚାୟତରୁ ଚାଷୀ ଅଧିକାର ପଦଯାତ୍ରାରେ ବାହାରି ୪୫ କିମି ପଦଯାତ୍ରା କରିଥିଲେ ।