ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୧୦୫ ୟୁନିଟ ରକ୍ତ ସଂଗ୍ରହ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାର ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନରେ ଆଜି ‘ଓଡିଶା ମୋ ପରିବାର’ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏଥିରେ ୧୦୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।

ଏହି ଶିବିିରରେ ୧୦୫ ଜଣ ରକ୍ତଦାନ କରିଥିବାବେଳେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ଯୁବ ବିଜେଡ଼ି ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଯୁବ ବିଜେଡ଼ି ଜିଲ୍ଲା ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମାର୍ଣ୍ଡି, ଡ଼ା ଆଦିତ୍ୟପଣ୍ଡା, ପ୍ରକାଶ ମହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶୈଳେନ୍ଦ୍ର ପାତ୍ର, କୃଷ୍ଣାନନ୍ଦ ମହାନ୍ତି, ଶ୍ରବଣ କୁମାର ଗୋପ, ଅରୁଣ ବରାଡ଼, ପ୍ରଭାତ ନାୟକ, ସ୍ୱରୂପ ଦାସ, ଛାତ୍ର ସଭାପତି ଅଭୟ ସିଂ, ଛାତ୍ର ନେତା ବିରଞ୍ଚି ମହାପାତ୍ର, ସୁନୀଲ ନାୟକ, ଆଭାସ ଦେ, ଆଶୀର୍ବାଦ ଦାସ, କପିଲ ଖଣ୍ଡେଲୱାଲ, ମାନସ ପୃଷ୍ଟି, ନାନୁ ମହାକୁଡ଼, ଦିବ୍ୟବ୍ରତ ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।