ଝୁନ୍‌ଝୁନ୍‌ୱାଲାଙ୍କ ଆକାଶା ଏୟାର୍‌ଲାଇନ୍ସର ଲୋଗୋ ଉନ୍ମୋଚିତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଶେୟାର୍ ବଜାରର ପ୍ରମୁଖ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲା ସମର୍ଥିତ ଆକାଶା ଏୟାର୍‌ଲାଇନ୍ସର ଲୋଗୋ ଆଜି ଉନ୍ମୋଚିତ ହୋଇଛି । ଆକାଶା ଏୟାର୍‌ଲାଇନ୍ସ ବ୍ରାଣ୍ଡ୍ ନେମ୍ ସହିତ ‘ରାଇଜିଂ ଏ’ ସିମ୍ବଲ୍ ଓ ‘ଇଟ୍‌ଇଜ୍ ୟୋର୍ ସ୍କାଏ’ ଟ୍ୟାଗ୍‌ଲାଇନ୍ ଦିଆଯାଇଛି ।

ଦେଶରେ ଶସ୍ତା ବିମାନସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଥିବା ବିମାନସେବା ନିଜର ସିମ୍ବଲ ଓ ଟ୍ୟାଗ୍‌ଲାଇନ୍ ଭାରତୀୟ ପରିଦୃଶ୍ୟକୁ ନଜରରେ ରଖି ସ୍ଥିର କରାଯାଇଛି ବୋଲି ଆକାଶା ଏୟାର୍‌ଲାଇନ୍‌ସ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆଗାମୀ ଗ୍ରୀଷ୍ମ ସୁଦ୍ଧା ଦେଶରେ ବିମାନସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ । ସେବାରେ ଭାରତୀୟ ସଂସ୍କୃତିକୁ ସମ୍ପୂର୍ଣ୍ଣ ରୂପେ ପ୍ରାଧାନ୍ୟ ଦିଆଯିବ । ପୂର୍ବରୁ କମ୍ପାନୀ ବୋଇଂ ୭୨ ମ୍ୟାକ୍ସ ୭୩୭ର ୭୨ ବିମାନ ପାଇଁ ଅର୍ଡର ଦେଇଛି ।