ଭାରତ ବନ୍ଦ ଆନ୍ଦୋଲନକୁ ସମର୍ଥନ ଜଣାଇଲେ ୧୮ ସଙ୍ଗଠନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ସର୍ବ ଭାରତୀୟସ୍ତରରେ କରାଯାଉଥିବା ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ଝାରସୁଗୁଡା ଜିଲ୍ଲାରେ ବନ୍ଦ ପାଳନ କରିଛି ଜିଲ୍ଲା କୃଷକ ସଙ୍ଗଠନ। ଏହି ବନ୍ଦକୁ ଜିଲ୍ଲା କଂଗ୍ରେସ, ପ୍ରଗତିଶୀଳ ଶ୍ରମିକ ମଞ୍ଚ, ଆମ ଆଦମି ପାର୍ଟି, ସିପିଆଇ, ସିପିଏମ୍, ଟ୍ରକ, ବସ୍ ପରି ପ୍ରାୟ ୧୮ଟି ସଙ୍ଗଠନ ସମର୍ଥନ କରି ପ୍ରଶନ୍ନ ପଣ୍ଡା ଛକ, ଏନ-୪୯ ଓ ବିଜୁ ଏକ୍ସପ୍ରେସ ୱେରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଝାରସୁଗୁଡ଼ା- ସମ୍ବଲପୁର, ଝାରସୁଗୁଡ଼ା-ସୁନ୍ଦରଗଡ଼, ଝାସୁଗୁଡ଼ା- ରାଇଗଡ଼ ଦେଇ ଚଳାଚଳ କରୁଥିବା ସମସ୍ତ ଗାଡିକୁ ଚାଷୀମାନେ ଅଟକାଇ ଥିଲେ। ଅନ୍ୟପଟେ ଅଧିକାଂଶ ଦୋକାନ ବଜାର ଖୋଲାଥିବାବେଳେ କେତେକ ବ୍ୟବସାୟୀ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜନିଜ ଦୋକାନ ବନ୍ଦ ରଖିଥିଲେ। ଅନ୍ୟପଟେ ଖୋଲାଥିବା ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକୁ ମଧ୍ୟ ଆନ୍ଦୋଳନକାରୀମାନେ ପିକେଟିଙ୍ଗ କରି ବନ୍ଦ କରିଥିଲେ।