ସୁସ୍ଥ ହେଲେ ଆଉ ୭୩ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭୩ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୩ଲକ୍ଷ ୩୬ହଜାର ୪୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ନୂଆପଡ଼ାରୁ ୧୫, ବରଗଡ଼, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୭ ଲେଖାଏଁ, ବାଲେଶ୍ୱରରୁ ୬, କଟକ ଓ ଯାଜପୁରରୁ ୫ ଲେଖାଏଁ, ଢେଙ୍କାନାଳ, ମୟୁରଭଞ୍ଜ ଓ ନବରଙ୍ଗପୁରରୁ ୩ ଲେଖାଏଁ, ଅନୁଗୁଳ, ଦେଓଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଷ୍ଟେଟପୋଲରୁ ୨ ଲେଖାଏଁ, ରାୟଗଡ଼ା ଓ ଝାରସୁଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୩୯ହଜାର ୬୯୪ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ଲକ୍ଷ ୩୬ହଜାର ୪୮୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୧୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୯୩ ଜଣ ଚିକିତ୍ସିତ ହେଉଛନ୍ତି।