ବ୍ରଜରାଜନଗର କଣ୍ଟେନମେଣ୍ଟ ଜୋନରୁ ପରୀକ୍ଷଣ ପାଇଁ ଗଲା ୬୬ ସ୍ୱାବ ନମୁନା ଜିଲ୍ଲାରାଜ୍ୟ By Nitidin On May 5, 2020 Share ଝାରସୁଗୁଡା,ଏନ୍ଏନ୍ଏସ୍ : ବ୍ରଜରାଜନଗର ବୁଢିଜାମ ଅଂଚଳ ଓ ଲଖନପୁର ଦହଲଡେରା ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହାସହ ଏଠାରେ କୋରନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛି। ମଙ୍ଗଳବାର ଦହଲଡେରା କଣ୍ଟେନମେଣ୍ଟଣ୍ଟଅଂଚଳରୁ ୪୫ ଓ ବୁଢିଜାମ କଣ୍ଟେନମେଣ୍ଟ ଅଂଚଳରୁ ୨୧ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଛି । ସେହିପରି କୋଲାବିରାରୁ ୧୦ ଜଣଙ୍କ ତଥା ଜିଲ୍ଲାର ଅନ୍ୟସ୍ଥାନରୁ ୨୦ ଜଣଙ୍କ (ମୋଟ ୯୧) ଜଣଙ୍କ ନମୁନା ସ୍ୱାବ ପରୀକ୍ଷଣ ପାଇଁ ପଠାଇଛି। ଅନ୍ୟପଟେ ଗତକାଲି ଦହଲଡେରା ଅଂଚଳରୁ ୨୫ ଜଣଙ୍କ ଓ ବ୍ରଜାରଜନଗରରୁ ଏଯାଏଁ ୮୦ରୁ ଉର୍ଦ୍ଧ ନମୁନା ପଠାଯାଇଛି। ଏଯାଏଁ କାହରି ରିପୋର୍ଟ ଆସି ନଥିଲେ ବେଳେ ଜିଲ୍ଲା ପ୍ରାଶସନ ଓ ସ୍ୱାସ୍ଥ୍ୟ ବିଭାଗ ଲଗାତାର ଏହି ଅଂଚଳରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। କରୋନା ସଂକ୍ରମଣ ରୋକିବା ପାଇଁ କଣ୍ଟେମେଣ୍ଟ ଜୋନରେ ଥିବା ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାର ତଥ୍ୟ ପ୍ରଶାସନ ପକ୍ଷରୁ ସଂଗ୍ରହ କରୁଛି। ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ କାଶ, ଥଣ୍ଡା, ଜ୍ୱର, ଶ୍ୱାସକ୍ରିୟାରେ ଅସୁବିଧା ଆଦିର ଲକ୍ଷଣ ଦେଖାଦେଉଛି, ତେବେ ସେମାନଙ୍କୁ ସଙ୍ଗେସଙ୍ଗେ ଡାକ୍ତରୀ ଦଳ ଚିକିତ୍ସା କରିବା ସହ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଉଛନ୍ତି। ଏଥିପାଇଁ ଲୋକଙ୍କ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ ପାଇଁ କରୋନା ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ପାଇଁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ଅନ୍ୟପଟେ କଣ୍ଟେମେଣ୍ଟ ଜୋନ ମଧ୍ୟରେ ନିୟମ ଅବମାନନା କରି ଘରୁ ବାହରୁଥିବା ଅମାନିଆ ଲୋକଙ୍କୁ ପୁଲିସ ବୁଝା ସୁଝା କରିବାସହ ଆବଶ୍ୟକସ୍ଥଳେ ପ୍ରହାର ମଧ୍ୟ କରୁଛି। Share