ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଉରକେଲାରେ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଜରିଆରେ ଘୋଷଣା କରିଛନ୍ତି। ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଆୟୋଜନ ହେବାକୁ ଥିବାବେଳେ ଏହି ଷ୍ଟାଡିୟମରେ ମଧ୍ୟ ମ୍ୟାଚ ଖେଳାଯିବ। ଏହି ହକି ଷ୍ଟାଡିୟମରେ ୨୦,୦୦୦ ହଜାରରୁ ଅଧିକ ଲୋକେ ବସି ମ୍ୟାଚ୍ ଦେଖିପାରିବେ ଓ ଏଥିରେ ଅନେକ ଆଧୁନିକ ବ୍ୟବସ୍ଥା ରହିବ।
ଏହି ହକି ବିଶ୍ୱ କପ୍ ରାଜ୍ୟର ଦୁଇଟି ଜାଗା ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜିତ ହେବ। ଏହି ଅବସରରେ ସାରା ବିଶ୍ବ ହକିର ବୃହତ୍ ଷ୍ଟାଡିୟମକୁ ଦେଖିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।