ଦୁର୍ଗାନଗର କ୍ୱାଟର ବି-୫୬ରୁ ବି-୬୫ କଣ୍ଟେନମେଣ୍ଟ ଜୋନ ଘୋଷିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମଣ୍ଡଲିଆସ୍ଥିତ ଦୁର୍ଗାନଗରରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ପ୍ରଶାସନ ପକ୍ଷରୁ କ୍ୱାଟର ବି-୫୬ରୁ ବି -୬୫କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସେହିପରି ଟ୍ରାନ୍ସଫର୍ମର ଛକ, ଲଲିତ ରାଉତ ଛକ, ବାବା ମଣ୍ଡପ ଛକ, ନର୍ସ କୋଲନୀ, ନର୍ସିଂ ହୋଷ୍ଟେଲ ପଛପଟ ପର୍ଯ୍ୟନ୍ତ ଅଂଚଳକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୪ ତାରିଖରେ ଏକ ଦମ୍ପତ୍ତି ହାଇଦ୍ରାବାଦରୁ ଫେରି ଦୁର୍ଗାନଗରସ୍ଥିତ ନିଜ କ୍ୱାଟରରେ ହୋମ କ୍ୱାରେଣ୍ଟାଇନରେ ଥିଲେ। ୯ ତାରିଖରେ ସେମାନଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିଲା। ଗତକାଲି ରିପୋର୍ଟ ପଜିଟିଭ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାସହ ଏହି ଦମ୍ପତ୍ତିଙ୍କ ଘର ଓ ଆଖପାଖ ଅଂଚଳକୁ ସାନିଟାଇଜ କରି ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ଦମ୍ପତ୍ତିଙ୍କୁ ମିଶାଇ ଝାରସୁଗୁଡ଼ାରେ ଏଯାବତ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮ ଜଣ ସୁସ୍ଥ ହୋଇଥିବାବେଳେ ୯ଜଣଙ୍କ ଚିକିତ୍ସା ଜାରି ରହିଛି।