ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଦୁଷ୍କର୍ମର ଶିକାର ହୋଇଥିବା ୧୯ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡ଼ିତା ଜଣକ ଆଜି ସକାଳେ ଆଖି ବୁଜିଛନ୍ତି। ଏସମ୍ବନ୍ଧରେ ଜଣେ ପୁଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ହାଥରସ ଜିଲ୍ଲାର ଚନ୍ଦପା ଥାନା ଅଞ୍ଚଳରେ ଗତ ସେପ୍ଟେମ୍ବର ୨୦ ତାରିଖରେ ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ପୁଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ପୁଲିସର କହିବାନୁସାରେ, ଘଟଣା ପରେ ପୀଡ଼ିତାକୁ ପ୍ରଥମେ ଅଲିଗଡ଼ର ଜେଏନ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସୋମବାର ସକାଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପୀଡ଼ିତା ଜଣକ ଭେଣ୍ଟିଲେଟରରେ ଥିଲେ।