୩ କରୋନା ପଜିଟିଭ ଚିହ୍ନଟ, ଜୁଲାଇ ମାସର ପ୍ରତ୍ୟେକ ଶନିବାର, ରବିବାର ସଟଡାଉନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବେଲପାହାଡ ଅଞ୍ଚଳର ୫୨ ବର୍ଷିୟ ପୁରୁଷ, ୧ ବର୍ଷିୟ ଶିଶୁ, ୩୩ ବର୍ଷିୟ ମହିଳା ରହିଛନ୍ତି। ସମସ୍ତ ଆକ୍ରାନ୍ତ ବେଲପାହାଡ କଲେଜ ସଙ୍ଗରୋଧ ଗ୍ରୁହରେ ରହୁଥିଲେ। ସେମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୫୨ ବର୍ଷିୟ ପୁରଷ ଜଣକ ପୁଣେରୁ ଗତ ୧୬ ତାରିଖ ବେଲପାହାଡ ଆସିଥିବା ଜଣଙ୍କ ସଂସ୍ପର୍ଶରେ ଆସିଥିବାବେଳେ ଅନ୍ୟ ଦୁଇ ଜଣ ଗତ ୨୨ ତାରିଖ ଦିଲ୍ଲୀରୁ ବେଲପାହାଡ ଆସିଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ସେମାନଙ୍କ ରିପୋର୍ଟ ପଜଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାକୁ ଜୋନ-୧ ଭାବରେ ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶମତେ ଜୁଲାଇ ମାସର ପ୍ରତ୍ୟେକ ଶିନବାର ଓ ରବିବାର ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ରହିବ  ବୋଲି  ଆଜି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଏହି ଦୁଇ ଦିନ ସମସ୍ତ ଦୋକାନ ବଜାର ଓ ବେସରକାରୀ ଅଫିସ ବନ୍ଦ ରହିବ। କେବଳ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସଂସ୍ଥା ଚିକିତ୍ସାଳୟ, ପୁଲିସ ଷ୍ଟେସନ, ଅଗ୍ନିଶମ ବିଭାଗ, ପ୍ରଶାସନିକ କାର୍ଯ୍ୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟ ସହ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ ଖୋଲା ରହିବ।