ସେପ୍ଟେମ୍ବରକୁ ଘୁଞ୍ଚିଲା ଜେଇଇ ଓ ଏନଇଇଟି ପରୀକ୍ଷା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ପାଇଁ ଘୁଞ୍ଚିଲା ଜେଇଇ ଓ ଏନଇଇଟି ପରୀକ୍ଷା। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ନୂଆ ତାରିଖ ଘୋଷଣା କରିଛନ୍ତି ।

ଆସନ୍ତା ସେପ୍ଟେମ୍ବର ୧-୬ ମଧ୍ୟରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ । ଆଡଭାନ୍ସଡ ପରୀକ୍ଷା ସେପ୍ଟେମ୍ବର ୨୭ରେ ହେବ । ଏନଇଇଟି ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ ।