ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଜେପିର ବିକ୍ଷୋଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ଆଜି ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠିଙ୍କ ଉପସ୍ଥିତିରେ ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ବିଜେପି ପକ୍ଷରୁ ଏକ ରାଲି କରାଯାଇ ଝାରସୁଗୁଡା ଜିଲ୍ଲା ଏସପିଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପ୍ରଦାନ ଅବସରରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠି, ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଶ୍ୱଜିତ ଷଡ଼ଙ୍ଗୀ, ସୁନିଲ ପଣ୍ଡା, ବିମଲେନ୍ଦୁ ଭୋଲ, ବଲବିନ୍ଦର ସିଂ, ପୁରୁଷୋତ୍ତମ ଥିରାନୀ, ନେତାଜୀ ପଟ୍ଟନାୟକ, ମୁରାରୀ ସିଂ ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ।