ମୃତ ଶ୍ରେୟା ଆଇଚଙ୍କ ପରିବାରକୁ ସମବେଦନା ଜଣାଇଲେ ବିଧାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଆଜି ବେଲପାହାଡ ଗସ୍ତରେ ଆସି ମୃତ ଶ୍ରେୟା ଆଇଚଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗତ ୩୦ ତାରିଖ ଗୋମାଡୋରାରେ ଭାରୀଯାନ ଦୁର୍ଘଟଣାରେ ଶ୍ରେୟା ଆଇଚଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ପରିବାରବର୍ଗ ଦୁଃଖରେ ଭାଙ୍ଗିପଡିଥିବାବେଳେ ଶ୍ରୀ ମହାନ୍ତି ମୃତ ଶେୟାଙ୍କ ଘରକୁ ଯାଇ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବାସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେହିପରି ବେଲପାହାଡ ଗୋମାଡେରାର ଏହି ବ୍ୟସ୍ତବହୁଳ ରାସ୍ତାରେ ଯେପରି ଭରୀଯାନ ଚଳାଚଳ ନକରି ବିକଳ୍ପ ରସ୍ତାରେ ଚଳାଚଳ କରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ସେହିପରି ୱାର୍ଡ ନମ୍ବର ୭ରେ ରହୁଥିବା ମହିଳା ବିଜେଡି ଟାଉନ ସଭାପତି ରତ୍ନା ବିଶ୍ୱାସଙ୍କ ଘରକୁ ଯାଇ ତାଙ୍କ ସ୍ୱାମୀ ମିଳନ ବିଶ୍ୱାସଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଥିଲେ।