ଝାରସୁଗୁଡା ବିମାନବନ୍ଦରରେ ଟାଇମ ସ୍ଲଡ୍ ମାଗିଲା ସ୍ପାଇସ ଜେଟ୍

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଜାନୁଆରୀ ୧୨ ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳର ସମ୍ଭାବନା ସୃଷ୍ଟି ହୋଇଛି। ଜାନୁଆରୀ ୧୨ ତାରିଖରୁ ଏହି ଦୁଇଟି ସିଟିକୁ ବିମାନ ଚଳାଚଳ କରିବାକୁ ସ୍ପାଇସଜେଟ ଝାରସୁଗୁଡା ବିମାନ ବନ୍ଦରର ଟାଇମ ସ୍ଲଡ଼ ମାଗିଛି।

ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ସପ୍ତାହକୁ ୪ ଦିନ ଚଳାଚଳ କରିବା ପାଇଁ ଟାଇମ ସ୍ଲଡ ମାଗିଥିବାବେଳେ ଝାରସୁଗୁଡା ବିମାନ ବନ୍ଦର ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଆସନ୍ତା ମାର୍ଚ୍ଚ ସମର ସିଡ୍ୟୁଲରେ ବିମାନ ଚଳାଚଳ କରିବା ପାଇଁ ମଧ୍ୟ ସ୍ପାଇସ ଜେଟ ଅନୁମତି ନେଇସାରିଛି। କିନ୍ତୁ ଆସନ୍ତା ୧୨ ତାରିଖରେ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରିିବ କି ନାହିଁ ତାହା ସ୍ପାଇସଜେଟ ନିଷ୍ପତି ନେବ ।