ନୀଳଗିରିକୁ ପ୍ରବେଶ କଲେ ଝାଡ଼ଖଣ୍ଡି ହାତୀପଲ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡି ହାତୀପଲ ପ୍ରବେଶ କରିଛନ୍ତି। ଏଥିରେ ବ୍ୟାପକ ଭାବେ ଧାନଫସଲ ନଷ୍ଟ ହୋଇଥିବା ଜଣାଯାଇଛି। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବନବିଭାଗ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ କରୁଛି। ଏହି ହାତୀପଲରେ ୫ଟି ଦନ୍ତା ଓ ୭ ଟି ଛୁଆ ସମେତ ମୋଟ ୪୨ଟି ହାତୀ ଅଛନ୍ତି।

ସୂଚନା ଅନୁସାରେ ଝାଡଖଣ୍ଡର ଦଲମା ଜଙ୍ଗଲରୁ ଏହି ହାତୀପଲ ମୟୂରଭଞ୍ଜ ପରେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା ଅତିକ୍ରମ କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବାଲେଶ୍ଵର ଡିଏଫଓ ବିଶ୍ଵରାଜ ପଣ୍ଡାଙ୍କ ନିର୍ଦେଶରେ ନୀଳଗିରି ରେଞ୍ଜର ମନୁଆର ଖାନ ସମେତ ବହୁ ଫରେଷ୍ଟର, ଗାର୍ଡ ଓ ସବୁଜବାହିନୀ ଉପସ୍ଥିତ ରହି ହାତୀପଲକୁ ନିୟନ୍ତ୍ରଣ କରୁଛନ୍ତି।