ବଜ୍ରପାତରେ ୪ ଗୁରୁତର 

ଝରିଗାଁ,ଏନ୍ଏନ୍ଏସ୍: ଝରିଗାଁ ବ୍ଲକ୍ ଭିକ୍ଷା ପଞ୍ଚାୟତର ଆଦିବାସୀ କୋଡ଼ଭତା ଗ୍ରାମରେ ଚାଷ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ଏଥିରେ୪ଜଣ ଗୁରୁତର ଶ୍ରମିକଙ୍କୁ ଉମରକୋଟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ପ୍ରାୟ ୧୨ଟା ସମୟରେ ହଠାତ୍ ବର୍ଷା ଓ ଘଡଘଡି ବିଜୁଳି ହୋଇ ଚାଷ ଜମି ନିକଟରେ ବଜ୍ର ପଡିଥିଲା। ଫଳରେ ଯଶୋଦା କଳାର, ଭଗବତୀ କଳା. କାମବତୀ ଗୌଡ଼ ଏବଂ ଉଷା ବତୀ ଗୌଡ଼ ଗୁରୁତର ହୋଇପଡିଥିଲେ। ଜମି ମାଲିକ ଜଗତ କଳାର ଆମ୍ବୁଲାନ୍ସ ଡକାଇ ସଙ୍ଗେସଙ୍ଗେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।