କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରମ ଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ତୁଷାର ଶବରଙ୍କ ନେତୃତ୍ୱରେ ଏକ ଟିମ ଗୁଣ୍ଠାୱାଡା ପଞ୍ଚାୟତର କାଙ୍କରପଡା ଛକ ଠାରେ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ ଦୁଇ ବ୍ୟକ୍ତି ସେହି ବାଟଦେଇ ବାଇକରେ ଆସୁଥିଲେ । ହଠାତ୍ ସେମାନେ ପୁଲିସକୁ ଗାଡ଼ି ଛାଡି ପଳାଇଥିଲେ । ସେଠାକୁ ଗଲାପରେ ଏକ ଟ୍ରାକ୍ଟରକୁ ଅଟକ ରଖି ସେଥିରୁ ପ୍ରାୟ ୧୧୭୦ କିଲୋ ଗଞ୍ଜେଇ ଜବତ କରିଥିଲେ। ଜଞ୍ଜେଇ ଚାଲାଣରେ ସମ୍ପୃକ୍ତ ୬ ଜଣକୁ ପୁଲିସ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି। ସେମାନେ ଏହି ଗଞ୍ଜେଇକୁ ପାପଲୁର ଠାରୁ ସିଲେରୁ ଦେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ତଦନ୍ତକାରୀ ଅଧିକାରୀ ଖ୍ରୀଷ୍ଟସେବକ ବାଘ ସୂଚନା ଦେଇଛନ୍ତି।