ଝରିଗାଁ ପଞ୍ଚାୟତ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ

ଝରିଗାଁ, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସ୍ଥିତି ଖରାପ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ପାର ହୋଇ ସାରିଥିବା ବେଳେ ଆଜି ଝରିଗାଁ ର ବାଞ୍ଜିଆମ୍ବା, ଢେପଗୁଡ଼ା, ଗୁରୁସିଙ୍ଗା, ଚଚ୍ଚା, ଧୋଡ୍ରା, କଲେଗାଁ, ମହୁଲଭଟ୍ଟା ଆଦି ଗ୍ରାମରୁ୧୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝରିଗାଁ ବଣିକ ସଂଘ, ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ପ୍ରମୁଖଙ୍କ ମିଳିତ ବୈଠକରେ କରୋନା ର ଭୟବହତା ସମ୍ପର୍କରେ ଆଲୋଚନା କରି ନିଜେ ଓ ନିଜ ଅଞ୍ଚଳକୁ ସୁରକ୍ଷା ଦେବାପାଇଁ ୨୨ତାରିଖ ଅପରାହ୍ଣରୁ ମେ’ ୨ ତାରିଖ ରାତି ପର୍ଯ୍ୟନ୍ତ ଝରିଗାଁ ପଞ୍ଚାୟତ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।