ସେକ୍ସନ ଅଧିକାରୀଙ୍କ ପରଲୋକ

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ କାର୍ଯ୍ୟରତ ସେକ୍ସନ୍ ଅଫିସର ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ (୫୫)ବର୍ଷରେ ହୃଦଘାତରେ ଝରିଗାଁସ୍ଥିତ ସରକାରୀ ବାସଭବନରେ ଆଜି ପରଲୋକ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ପୁଅ,ଝିଅ, ନାତି ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଜିଲ୍ଲା ଶାଖାର ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ତ୍ରିଲୋଚନ ନାୟକ, କୋଷାଧ୍ୟକ୍ଷ ସୁଶାନ୍ତ ନାୟକ, ପୂର୍ବତନ ସଭାପତି କୈଳାସ ଦାସ, ସୁନୀଲ ପଟ୍ଟନାୟକ, କେ ଅଶୋକ ଚକ୍ରବର୍ତ୍ତୀ, ଏସ ଜଗଦିଶ, ଉପସଭାପତି ଧନୁର୍ଜୟ ମାଝୀ, ଆକାଶ ଗଣ୍ଡ, ରମେଶ ଖୋସଲା, ମୈଥିଲୀ ପଟ୍ଟନାୟକ, ଅରୁଣ ବେହେରା, ମାର୍ଟିନ ସୁନା, ଉଦୟ ଭାସ୍କର ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ସହିତ ବହୁ ବରିଷ୍ଠ ସଭ୍ୟ  ଶୋକ ପ୍ରାକଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ କାମନା କରିଥିଲେ।