ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଗାଡ଼ି ଓଲଟି ୬ ଗୁରୁତର

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ନଳକୂପ ଖନନ ଗାଡି ଓଲଟି ପଡିବାରୁ ୬ ଜଣ ଶ୍ରମିକ ଗୁରୁତର ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ଣରେ ନଳକୂପ ଖନନ ଗାଡି କିଛି ଶ୍ରମିକଙ୍କୁ ନେଇ ଝରିଗାଁ ଦେଇ ଚନ୍ଦହାଣ୍ଡି ବ୍ଲକରେ ନୂତନ ନଳକୂପ ଖନନ ପାଇଁ ଯାଉଥିଲା। ଗାଡିରେ ନୂତନ ନଳକୂପ ଖନନ ପାଇଁ ଲୁହା ସାମଗ୍ରୀ ଥିଲା। ତେବେ ଝରିଗାଁ ଚନ୍ଦହାଣ୍ଡି ଘାଟିରେ ବ୍ରେକ୍ ଫେଲ ହେବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଗାଡିରେ ଥିବା ରାଇଘର ବ୍ଲକର ସଞ୍ଜୟ ଢାଲି (୪୭), ଛତିଶଗଡ଼ କାର୍ତ୍ତିକ ବାଗାଲ, ବୁଦୁରାମ ନେତାମ, ସୁନୀଲ ନେତାମ, ଜାଡେସ ମାରକାମ, ଆସୁ ଲାଲ ପ୍ରମୁଖ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ।