ପୁଣି ଥରେ ବିପଦ ସଙ୍କେତ ଟପିଲା ଜଳକା ନଦୀ

ବାଲେଶ୍ୱର,ଏନ୍ଏନ୍ଏସ୍: ପୁଣି ଥରେ ବାଲେଶ୍ୱର ଜିଲ୍ଲା ବସ୍ତର ଜଳକା ନଦୀରେ ପାଣି ସ୍ତର ବିପଦ ସଙ୍କେତ ପାର କରିଛି। ବିପଦ ସଙ୍କେତର ସ୍ତର ୫.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ୬.୩୨ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଲଘୁଚାପ ଜନିତ ବର୍ଷ ଯୋଗୁଁ ଏହି ଜଳସ୍ତର ବଢ଼ିଛି। ନଦୀର ଉପର ମୁଣ୍ଡ ରାଜଗୋବିନ୍ଦ ପୁର, ମୋରଡା, ଶୁଳିଆପଦା, ଚିତ୍ରୋଡା ଅଞ୍ଚଳରେ ଗତ ୨ ଦିନ ଧରି ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବଢ଼ୁଛି। ଯଦି ଏହିଭଳି ଭାବେ ବର୍ଷା ଲାଗି ରହେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ବାଲେଶ୍ୱର ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି।