ଚେକଡ୍ୟାମରୁ ୩୦ଫୁଟ ତଳକୁ ଖସିପଡ଼ିଲା ଜିପ୍, ଉଦ୍ଧାର କାର୍ଯ୍ୟ ଜାରି

ଟିଟିଲାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳରେ ଏକ ଜିପ୍ ଚେକଡ୍ୟାମରୁ ୩୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। ତେବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ଣରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳର ହାଟପଦାପଡ଼ା ନିକଟରେ ଥିବା ଚେକଡ୍ୟାମକୁ ଏକ ଜିପ୍ ଖସିପଡ଼ିଛି।

ପ୍ରାୟ ୩୦ ଫୁଟ ତଳକୁ ଗାଡ଼ିଟି ଖସି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ ଜନଜୀବନ କ୍ଷତି ହୋଇ୍ଥିବା ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରହିଛି। ସେହିପରି ଦୁର୍ଘଟଣା ସମୟରେ ଜିପରେ କେତେଜଣ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇପାରି ନାହିିଁ।