ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ-୨୦୨୦ର ଫଳାଫଳ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡର ଫଳାଫଳ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି), ଦିଲ୍ଲୀ ଦ୍ୱାରା ଏହି ଫଳାଫଳ ପ୍ରକାଶ ପାଇଛି। ଜେଇଇ ଆଡଭାନ୍ସଡର ଅଫିସିଆଲ୍ jeeadv.ac.inରେ ଫଳାଫଳ ଯାଞ୍ଚ କରାଯାଇପାରିବ। ଏଥିରେ ପ୍ରାର୍ଥୀମାନେ ସେମାନଙ୍କର ସ୍କୋର କାର୍ଡ/କଟ୍ ଅଫ୍ ମାର୍କ ଦେଖିପାରିବେ।

୨୭ ସେପ୍ଟେମ୍ବର ୨୦୨୦ରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଜେଇଇ ଆଡଭାନ୍ସଡ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପାଇଁ ମୋଟ ୧.୬ ଲକ୍ଷ ପ୍ରାର୍ଥୀ ପଞ୍ଜିକୃତ ହୋଇଥିଲେ। ମାତ୍ର କରୋନା ଯୋଗୁଁ ୯୬ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।