ରାଜ୍ୟରେ କମୁଛି କରୋନା ସଂକ୍ରମଣ: ୨୬୧୭ ଆକ୍ରାନ୍ତ, ୧୭ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ମିଟର ତଳକୁ ଖସୁଛି। ଆଜି ରାଜ୍ୟରେ କରୋନା ମିଟର ୩ ହଜାରରୁ ତଳକୁ ଖସିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୨୬୧୭ ଜଣ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ସେଥିରୁ ୧୫୨୧ଟି କ୍ୱାରେଣ୍ଟାଇନ ସେଣ୍ଟରର ରହିଥିବାବେଳେ ୧୦୯୬ଟି ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ଆଜି ରାଜ୍ୟରେ ୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ନୂଆ କରୋନା ମାମଲା ମଧ୍ୟରେ ସର୍ବାଧିକ ୫୦୬ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୪୮, କଟକରୁ ୧୩୬, କେନ୍ଦ୍ରାପଡ଼ାରୁ ୧୩୨, ଅନୁଗୁଳରୁ ୧୧୫, ଯାଜପୁରରୁ ୧୧୨, ବଲାଙ୍ଗିରରୁ ୧୦୯, କେନ୍ଦୁଝରରୁ ୧୦୭, ସମ୍ବଲପୁରରୁ ୧୦୬, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡ଼ରୁ ୯୧, ବାଲେଶ୍ୱରରୁ ୭୯, ପୁରୀରୁ ୭୯, ଢ଼େଙ୍କାନାଳରୁ ୭୪, ମାଲକାନଗିରିରୁ ୬୭, ନବରଙ୍ଗପୁରରୁ ୫୯, ନୂଆପଡ଼ାରୁ ୫୮, ଭଦ୍ରକରୁ ୪୯, ଝାରସୁଗୁଡ଼ାରୁ ୪୬, ଜଗତସିଂହପୁରରୁ ୪୫, କଳାହାଣ୍ଡିରୁ ୪୪, କୋରାପୁଟରୁ ୪୩, ଗଞ୍ଜାମରୁ ୪୩, ନୟାଗଡ଼ରୁ ୩୮, କନ୍ଧମାଳରୁ ୩୨, ରାୟଗଡ଼ାରୁ ୨୬, ସୋନପୁରରୁ ୨୩, ବୌଦ୍ଧରୁ ୧୮, ଦେବଗଡ଼ରୁ ୧୮ ଓ ଗଜପତିରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ଆଜି ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଫଳରେ ଆଜି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦ରେ ପହଞ୍ଚିଛି। ଏଥି ମଧ୍ୟରୁ ୨ ଲକ୍ଷ ୨ ହଜାର ୩୦୨ ଜଣ ସୁସ୍ଥ ହୋଇଥିବା ବେଳେ ୩୨ ହଜାର ୫୧ ଜଣ ଚିକିତ୍ସିତ ଅଛନ୍ତି।

ସେହିପରି ଆଜି ରାଜ୍ୟରେ ପୁଣି ୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି। ତେବେ ଏହି ନୂଆ କରୋନା ମୃତକଙ୍କ ମଧ୍ୟରେ ଦେବଗଡ଼ ଓ ପୁରୀରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ବୌଦ୍ଧ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି।