ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ, ଗୌତମ ଦାସ ଓଡିଶା ଟପ୍ପର

ନୂଆଦିଲ୍ଲୀ,ଏଜେନ୍ସି: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ। ଏହାସହିତ ଟପ୍ପର ଲିଷ୍ଟ ମଧ୍ୟ ଜାରି କରାଯାଇଛି। ଆଇଆଇଟି ଦିଲ୍ଲୀର ମୃଦୁଲ ଅଗ୍ରୱାଲ ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେ ୩୬୦ ରୁ ୪୪୮ ନମ୍ବର ଅର୍ଥାତ ୯୬.୬୬ ପ୍ରତିଶତ ରଖି ଟପ୍ପର ହୋଇଛନ୍ତି। ୨୦୧୧ ପରେ ଜେଇଇ ଆଡଭାନ୍ସ ପରୀକ୍ଷାରେ କୌଣସି ଛାତ୍ର କରିଥିବା ଏପର୍ଯ୍ୟନ୍ତର ସର୍ବାଧିକ ସ୍କୋର ରହିଛି। ରାଜସ୍ଥାନ ମୃଦୁଲ ଜେଇଇ ମେନ୍ ପରୀକ୍ଷାରେ ୧୦୦ ପ୍ରତିଶତ ହାସଲ କରିଥିଲେ।

ସେହିପରି ଝିଅଙ୍କ ଭିତରେ ଆଇଆଇଟି ଦିଲ୍ଲୀର କାବ୍ୟା ଟୋପ୍ରା ଟପ୍ କରିଛନ୍ତି। ସେ ୩୬୦ରୁ ୨୮୬ ନମ୍ବର ରଖିଛନ୍ତି। ଅନ୍ୟପଟେ ଓଡିଶାରୁ ଗୌତମ ଦାସ ଟପ୍ପର ହୋଇଛନ୍ତ। ସେ ୧୫୦ ରାଙ୍କ୍ ସହ ଓଡିଶାରୁ ଟପ୍ପର ହୋଇଛନ୍ତି।

ସୂଚନା ଅନୁସାରେ, ଜେଇଇ ଆଡଭାନ ୨୦୨୧ର ପେପର ୧ ଓ ପେପର ୨ ଦୁଇଟିରେ ମୋଟ୍ ୧,୪୧,୬୯୯ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦୨୧ ପାଇଁ ୪୧,୮୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି।