ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ

ୱାଶିଂଟନ,ଏଜେନ୍ସି: ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ। କାଲିଫର୍ଣ୍ଣିଆରେ ରକ୍ତ ସଂକ୍ରମଣ ସନ୍ଦେହରେ ହସ୍ପିଟାଲେର ଭର୍ତ୍ତି କରାଯାଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ରିିପୋର୍ଟ ଅନୁସାରେ ୭୫ ବର୍ଷୀୟ ବ୍ଲିଣ୍ଟନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ଷ ତେବେ ହସ୍ପିଟାଲରେ ଭର୍ତ୍ତି ହେବାର କାରଣ ପୂର୍ବରୁ ହୃତଘାତ ସମସ୍ୟା କିମ୍ବା କୋଭିଡ-୧୯ ପାଇଁ ନୁହେଁ ବୋଲି ସୂଚନା ମିଳିଛି। ସେଥିପାଇଁ ତାଙ୍କୁ ଅଣକୋଭିଡ୍ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ତେବେ ଦୁଇ ଦିନର ଚିକିତ୍ସା ପରେ ତାଙ୍କର ହ୍ୱାଇଟ୍ ରକ୍ତ ସଂଖ୍ୟା ହ୍ରାସ ପାଉଛି ଏବଂ ଆଣ୍ଟିବୋୟୋଟିକ୍ ଭଲ କାମ କରୁଛି। ନ୍ୟୁୟର୍କରେ ରାଷ୍ଟ୍ରପତିଙ୍କ ଡାକ୍ତରୀ ଦଳ ସହିତ କାଲିଫର୍ନିଆର ଡାର୍କରୀ ଦଳ ନିରନ୍ତର ଯୋଗାଯୋଗରେ ଅଛନ୍ତି। ତେବେ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରୁଛନ୍ତି।