କୋରାପୁଟ/ଦାମନଯୋଡ଼ି,ଏନ୍ଏନ୍ଏସ୍: ମାଇନ୍ସରେ କାମ କରୁଥିବା ବେଳେ ଜେସିବି ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡ୍ରାଇଭର ଜଣଙ୍କ କାକିରିଗୁମ୍ମାର ଭାଷ୍କର ରାଜୁ। ସୂଚନା ଅନୁସାରେ ଗୁରୁବାର ମାଇନ୍ସ କାମ ଚାଲିଥିବା ବେଳେ ଏକ ଜେସିବି ଭାରସାମ୍ୟ ହରାଇ ଓଲଟି ପଡ଼ିବା ବେଳେ ସେଥିର ଡ୍ରାଇଭର ଜଣଙ୍କ ଭୟରେ ତଳକୁ ଡେଇଁପଡ଼ିଥିଲେ। ଫଳରେ ସେ ଜେସିବି ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।