Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରତିଲିପି ସାହିତ୍ୟ ସମ୍ମାନ ଜିତିଲେ ଜୟଶ୍ରୀ, ୬୦ ଦିନରେ ‌୬୦ ଗପ ଲେଖିଲେ ୧୭ ବର୍ଷର ଝିଅ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରତିଲିପି ସାହିତ୍ୟ ସମ୍ମାନ ଜିତିଲେ ଜୟଶ୍ରୀ, ୬୦ ଦିନରେ ‌୬୦ ଗପ ଲେଖିଲେ ୧୭ ବର୍ଷର ଝିଅ

କଟକ,ଏନ୍ଏନ୍ଏସ୍: ୬୦ ଦିନରେ ୬୦ଟି ଗପ ଲେଖି ଏବେ ଚର୍ଚ୍ଚାରେ କଟକ ଝିଅ ଜୟଶ୍ରୀ ସାହୁ। ଜାତୀୟସ୍ତରରେ ପ୍ରତିଲିପି ଓଡ଼ିଆରେ ଭାଗ ନେଇ ସେ ବିଜୟୀ ହେବା ସହିତ ମାତ୍ର ୧୭ ବର୍ଷ ବୟସରେ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଦୁଇ ମାସ ନିରନ୍ତର ଭାବେ ପ୍ରତ୍ୟେକ ଦିନ ଗପ ଲେଖି ଅନ୍ୟ ପ୍ରତିଦ୍ବନ୍ଦ୍ବୀ ମାନଙ୍କୁ ସେ ପଛରେ ପକାଇ ଦେଇଛନ୍ତି।

କଟକ ଅରୁଣୋଦୟ ନଗରରେ ବାସ କରୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ଝିଅ ଜୟଶ୍ରୀ ସାହୁ ଶୈଳବାଳା ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ବିଜ୍ଞାନର ପ୍ରଥମ ବର୍ଷର ଛାତ୍ରୀ। ଲକ୍‌ଡାଉନ ସମୟରେ ନିଜ ପାଠପଢ଼ା ସହ ଭଳି କି ଭଳି ଗପ ମଧ୍ୟ ଲେଖି ଥିଲେ। ଆଜିକୁ ପ୍ରାୟ ଏକ ବର୍ଷ ହେବ ଗପ ଲେଖି ଆସୁଥିବା ବେଳେ ଡିଜିଟାଲ ପ୍ଲାଟଫର୍ମ ପାଲଟିଥିବା ପ୍ରତିଲିପିରେ ନିଜର ଗପ ଦେବା ଆରମ୍ଭ କରିଥିଲେ। ଏହି ପ୍ରତିଲିପି ପ୍ରତିଯୋଗିତାର ନିୟମ ଅନୁଯାୟୀ ଲଗାତାର ୬୦ ଦିନ ପର୍ଯ୍ୟନ୍ତ ପ୍ରତି ଦିନ ନିଜ ଫୋନ ମାଧ୍ୟମରେ ଓଡ଼ିଆରେ ଗଳ୍ପ ଲେଖି ପ୍ରତିଲିପିର ସ୍ବତନ୍ତ୍ର ଆପ୍‌ରେ ତାହାକୁ ପ୍ରକାଶ କରିବାକୁ ପଡ଼ିଥାଏ। ପ୍ରତିଯୋଗିତାର ଆରମ୍ଭରୁ ପ୍ରତ୍ୟେକ ଦିନ ରାତି ୧୨ଟା ସମୟରେ ଆପ୍‌ ମାଧ୍ୟମରେ ବିଷୟବସ୍ତୁ ପ୍ରଦାନ କରାଯାଇଥାଏ। ଏବଂ ବିଷୟବସ୍ତୁ ଦେବାର ୨୪ ଘଣ୍ଟା ମଧ୍ୟରେ ଆପ୍‌ ମାଧ୍ୟମରେ ଆସିଥିବା ବିଷୟ ଅନୁଯାୟୀ ଗପ ଫୋନ୍‌ରେ ଟାଇପ୍‌ କରି ପବ୍ଲିସ କରାଇବାକୁ ପଡ଼ିଥାଏ। ପ୍ରତିଯୋଗିତା ନିୟମ ଅନୁଯାୟୀ ୬୦ ଦିନ ମଧ୍ୟରେ ଯଦି କୌଣସି ପ୍ରତିଯୋଗୀ ଗୋଟିଏ ଦିନ ଗପ ପବ୍ଲିସ କରାଇ ନ ପାରିବେ ତେବେ ଉକ୍ତ ପ୍ରତିଯୋଗୀ ଏହି ପ୍ରତିଯୋଗିତାରୁ ଅଯୋଗ୍ୟ ବା ବାଦ୍‌ ପଡ଼ିଯିବେ।

ଏଭଳି ଢଙ୍ଗରେ ୬୦ ଦିନ ଲଗାତାର ଭାବେ ବିଷୟବସ୍ତୁ ଅନୁଯାୟୀ ଗପ ଲେଖି ପବ୍ଲିସ କରିବା ଆରମ୍ଭ କରିଥିଲେ ଜୟଶ୍ରୀ। ଏହି ପ୍ରତିଯୋଗିତା ବର୍ଷକ ମଧ୍ୟରେ ବିଭିନ୍ନ ଭାଗରେ ଅନୁଷ୍ଠିତ ହୋଇଥାଏ। ଜୁନ୍‌ ମାସରେ ଏହି ପ୍ରତିଯୋଗିତାର ତୃତୀୟ ପର୍ଯ୍ୟାୟ ରହିଥିବା ବେଳେ ଜୁନ୍‌ ଓ ଜୁଲାଇ ମାସରେ ୬୦ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡିସେମ୍ବର ୧ ତାରିଖ ଦିନ ଏହି ପ୍ରତିଯୋଗିତାରେ ଜୟଶ୍ରୀଙ୍କୁ ବିଜେତା ଘୋ‌ଷଣା କରାଯାଇଥିଲା। ଜୟଶ୍ରୀଙ୍କୁ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିବା ସହ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଜୟଶ୍ରୀ କହିବା ଅନୁଯାୟୀ ତାଙ୍କୁ ଏଥିପାଇଁ ପରିବାରର ସମସ୍ତେ ବହୁତ ଉତ୍ସାହିତ କରିଛନ୍ତି ଓ ସହଯୋଗ ମଧ୍ୟ ଦେଇଛନ୍ତି। ହେଲେ ବାପାଙ୍କ ପ୍ରେରଣା ହିଁ ତାଙ୍କୁ ଏ ଦିଗରେ ଆଗକୁ ବଢିବାର ସାହସ ଦେଇଛି ବୋଲି କହିଛନ୍ତି।