ଚିକିତ୍ସାଧୀନ ଅବସ୍ଥାରେ ଜବାନଙ୍କ ମୃତ୍ୟୁ

ଝାରସୁଗୁଡା, ଏନ ଏନଏସ: ଝାରସୁଗୁଡା ଜ଼ିଲ୍ଲା ଲଖନପୁର ଅଞ୍ଚଳ ବାଣିପାହାଡ଼ ଗାଁ ର ଯବାନ ହୃଦାନନ୍ଦ କିଶାନ ଜ଼ିଲ୍ଲା ମୁଖ୍ୟ ଚିକିତ୍ସ।ଲୟରେ ଚିକିତ୍ସ।ଧିନ ଅବସ୍ଥା ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଯବାନ ଜଣକ ବିହାର ରେଜିମେଣ୍ଟ ରେ କାର୍ଯ୍ୟ କରୁଥିଲେ ଏବଂ ଜାମ୍ମୁ ରେ ତାଙ୍କର ଡ୍ୟୁଟି କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି। ହୃଦାନନ୍ଦ ଗତ ୨୦ ଦିନ ଆଗରୁ ଛୁଟିରେ ଘରକୁ ଆସିଥିଲେ। ତେବେ ଗତକାଲି ସକାଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ କୁ ଅଣାଯାଇଥିଲା। ଏବଂ ଗତକାଲି ବିଳମ୍ବିତ ରାତିରେ ହୃଦାନନ୍ଦ ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଜି ତାଙ୍କର ଶବ କୁ ଶବ ଗୃହ କୁ ଅଣାଯାଇ ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ମୃତ ଯବାନ ଙ୍କର ଗୋଟିଏ ଚାରି ବର୍ଷ ର ଝିଅ ଏବଂ ଗୋଟିଏ ୨ ବର୍ଷ ର ପୁଅ ଏବଂ ତାଙ୍କ ସ୍ତ୍ରୀ ତାଙ୍କ ଗାଁ ରେ ଅଛନ୍ତି। ଏହାକୁ ନେଇ ଯବାନ ଙ୍କର ବଡ଼ ଭାଇ ଛୋଟ ଶିଶୁଙ୍କ ପାଠପଢ଼ା ବ୍ୟବସ୍ଥା ସହ ତାଙ୍କ ପରିବାର ପ୍ରତିପୋଷଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କହିଛନ୍ତି।