ଡିସେମ୍ବର ୭ରେ ଶପଥ ନେବେ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ତେଲେଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଡିସେମ୍ବର ୭ ତାରିଖରେ ଶପଥ ଗ୍ରହଣ କରିବେ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ । ଏନେଇ କଂଗ୍ରେସ ସଂଗଠନର ମହାସଚିବ କେସୀ ବେଣୁଗୋପାଳ ସୂଚନା ପ୍ରଦାନ କରିଛନ୍ତି ।

କେସୀ ବେଣୁଗୋପାଳ କହିଛନ୍ତି ଯେ, କଂଗ୍ରେସ ବିଧାୟକ ଦଳର ବୈଠକ ସୋମବାର ହାଇଦ୍ରାବାଦରେ ହୋଇଥିଲା । କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡୀକେ ଶିବକୁମାରଙ୍କ ସମେତ ଅନ୍ୟ ନେତା ବୈଠକରେ ଉପସ୍ଥିତ ଥିଲେ । ବୈଠକର ରିପୋର୍ଟ ଓ ଚର୍ଚ୍ଚା ଜାଣିବା ପରେ ରେବନ୍ତ ରେଡ୍ଡୀଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି ।