ପ୍ରଧାନମନ୍ତ୍ରୀଙ୍କ ଘୋଷଣା; ପ୍ରତିବର୍ଷ ଜାନୁଆରୀ ୧୬କୁ ଦେଶ ପାଳିବ ‘ରାଷ୍ଟ୍ରୀୟ ଷ୍ଟାର୍ଟ-ଅପ ଦିବସ’

ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ସହ ବୈଠକ କରି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଣିକି ପ୍ରତିବର୍ଷ ଜାନୁଆରୀ ୧୬କୁ ରାଷ୍ଟ୍ରୀୟ ଷ୍ଟାର୍ଟ-ଅପ ଦିବସ ରୁପେ ପାଳନ କରାଯିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟ ଅପ ବ୍ୟବସାୟୀଙ୍କ ସହ ଆଲୋଚନ କରି ଏହା ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି, ଷ୍ଟାର୍ଟ ଅପର ପ୍ରଥା ଦୂର-ଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚୁ, ଏଥିପାଇଁ ପ୍ରତି ବର୍ଷ ଜାନୁଆରୀ ୧୬କୁ ରାଷ୍ଟ୍ରୀ ଷ୍ଟାର୍ଟ ଅପ ଦିବସ ରୁପେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି , ଦେଶରେ ପିଲାଟି ଦିନରୁ ହିଁ ଛାତ୍ରଛାତ୍ରୀକୁ ନବସୃଜନ ପ୍ରତି ଆକୃଷ୍ଟ କରିବା ଆମର ଲକ୍ଷ୍ୟ। ୯ ହଜାରରୁ ଅଧିକ ଅଟଳ ଥିଙ୍କରିଙ୍ଗ ଲ୍ୟାବରେ ପିଲାଙ୍କୁ ସ୍କୁଲରେ ନବସୃଜନ ଏବଂ ନୂଆ ଚନ୍ତାଧାର ଉପରେ କାମ କରିବାକୁ ସଯୋଗ ଦିଆଯାଉଛି। ରାଷ୍ଟ୍ରୀୟ ଷ୍ଟାର୍ଟ ଅପ ଦିବସର ଘୋଷଣା ସହ ସମସ୍ତ ଯୁବ ଉଦ୍ୟମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, ନବସୃଜନ ସୃଷ୍ଟି କରିବା ଦିଗରେ ଭାରତ ଯେଉଁ ଅଭିଯାନ ଜାରି ରଖିଛି, ତାର ପ୍ରଭାବ ଗ୍ଲୋବାଲ ଇନୋଭେସନ ସୂଚକାଙ୍କରେ ଦେଖିବାକୁ ମିଳିଛି। ୨୦୧୫ରେ ଏହି ସୂଚକାଙ୍କରେ ଭାରତ ୮୧ତମ ସ୍ଥାନରେ ରହିଥିଲା। ବର୍ତ୍ତମାନ ଭାରତ ଏହି ସୂଚକାଙ୍କର ୪୬ତମ ସ୍ଥାନରେ ରହିଛି।