ନୂଆଦିଲ୍ଲୀ,ଏଜେନ୍ସି: ଟୁଇଟର ଇଣ୍ଡିଆର ଏକ ଟାଇମ ଲାଇନରେ ଜାମ୍ମୁ-କାଶ୍ମୀର ଚାଇନାର ଅଂଶ ବିଶେଷ ବୋଲି ଥିବା ଦେଖିବାକୁ ମିଳିଛି। ଏନେଇ ଭାରତୀୟ ଟୁଇଟରମାନେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।
ଜାମ୍ମୁ-କାଶ୍ମୀର ଚାଇନାର ଏକ ଅଂଶ ନେଇ ଗତକାଲି ଟୁଇଟର ଇଣ୍ଡିଆର ଟାଇମଲାଇନରେ ଦେଖିବାକୁ ମିଳିଥିଲା। ଜାତୀୟ ସୁରକ୍ଷା ଆନାଲିଷ୍ଟ ନିତିନ ଗୋଖଲେ ଲେହ ବିମାନ ବନ୍ଦର ନିକଟରେ ଟ୍ୱିଟରରେ ଲାଇଭ ଭିଡିଓ କରୁଥିବାବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ(ଓଆରଏଫ୍)ର ଅଧ୍ୟକ୍ଷ କାଞ୍ଚନ ଗୁପ୍ତା ତାଙ୍କ ଭିଡିଓରେ ସ୍ଥାନ ଦେଖି ପ୍ରଶ୍ନ ଉଠାଇଥିଲେ। ଟୁଇଟର ଇଣ୍ଡିଆର ଏହି ଟାଇମଲାଇନକୁ ଟାର୍ଗେଟ କରି ଗୁପ୍ତା କହିଛନ୍ତି ଯେ ‘ଟୁଇଟ ଭୈଗଳିକ ସ୍ଥିତିର ପୁନଃ ବିନ୍ୟାସ କରିବାକୁ ନିଷ୍ପତ୍ତି ନେଇଛି, ଏବଂ ଜାମ୍ମୁ-କାଶ୍ମୀରକୁ ଚାଇନାର ବୋଲି ଘୋଷଣା କରିଛି। ଯଦି ଭାରତୀୟ ଆଇନର ଅବମାନନା କରୁନ୍ତି ତାଙ୍କୁ ଦଣ୍ଡ ଅଛି, ତେବେ କ’ଣ ଏହା ଭାରତୀୟ ଆଇନର ଅବମାନନା ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। କ’ଣ ଆମେରିକାର ବିଗ ଟେକ୍ ସବୁ ଆଇନଠୁ ଉପରେ ବୋଲି ଶ୍ରୀ ଗୁପ୍ତା ପ୍ରଶ୍ନ କରିଛନ୍ତି।’