ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତରେ ଗତ ୩୦ ଦିନ ଭିତରେ ୨୬ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ସଂକ୍ରମଣ ମଧ୍ୟ ଆହୁରି ବଢ଼ିପାରେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇ ସଚେତନ କରାଇବାକୁ କୁହାଯାଇଛି। ୧୦ ଜଣିଆ ଏକ ଟିମ ଗଠନ କରାଯାଇଛି ଯାହାକୁ ଭିକେ ପଲ ନେତୃତ୍ୱ କରିବେ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫,୭୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଞ୍ଚିଛି। ସେହିପରି ଆଜି ଆଉ ୫୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ ଦେଶରେ କରୋନାରେ ୧ ଲକ୍ଷ ୧୪ ହଜାର ୬୧୦ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୬୬ ଲକ୍ଷ ୬୩ ହଜାର ୬୦୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୭ ଲକ୍ଷ ୭୨ ହଜାର ୫୫ ଜଣ ସକ୍ରିୟ ଅଛନ୍ତି ଯାହାକି ମୋଟ ସଂକ୍ରମଣର ୧୦.୨୨ ପ୍ରତିଶତ ଅଟେ।