ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହି ଗୁଳିବିନିମୟ କୁଲଗାମର ମିର୍ ବଜାରରେ ହୋଇଛି। ଯାହାକି ଅମରନାଥ ଯାତ୍ରା ପାଇଁ ଯାଇଥିବା ସଡ଼କ ନିକଟରୁ ୨ କିଲୋମିଟର ଦୂରରେ ଅବସ୍ଥିତ।
କୁଲଗାମର ମିର୍ ବଜାରରେ ଆତଙ୍କବାଦୀ ଥିବା ସୂଚନା ପାଇବା ପରେ ପୁଲିସ ଓ ସୁରକ୍ଷା ବାହିନୀ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାବାହିନୀ ଆତଙ୍କବାଦୀମାନଙ୍କୁ ଚାରିଆଡ଼ୁ ଘେରିବା ପରେ ଆତଙ୍କିମାନେ ଗୁଳିବିନିମୟ କରିଥିଲେ। ଏହା ପରେ ଉଭୟ ପକ୍ଷରୁ ଗୁଳିଚାଳନା ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏବେ ବି ଗୁଳିବିନିମୟ ଜାରି ରହିଛି।