ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିଷକେଲା ପଞ୍ଚାୟତ ଜାମତରା ଗାଁର ଅଚାନକ ବିଜୁଳିି ସହ ବର୍ଷା ହୋଇଥିଲା । ସେହି ସମୟରେ ବିରଞ୍ଚି ଥାପ୍ପାଙ୍କ ୨ଟି ବଳଦ ବିଲରୁ ଫେରୁଥିବାବେଳେ ଏକ ଗଛର ଆଶ୍ରୟ ନେଇଥିଲେ । ଫଳରେ ବଜ୍ରପାତ ହେବା ଯୋଗୁ ୨ଟି ବଳଦର ମୃତ୍ୟୁ ହୋଇଥିଲା । ସେଥିପାଇଁ ବିରଞ୍ଚି ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।