ଜମ୍ମୁ-କଶ୍ମୀରର କୁଲଗାମରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟଜଣେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସୂତ୍ରରୁ ଜଣାପଡ଼ିଛି କି, ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁପ୍ତ ତଥ୍ୟ ମିଳିବା ପରେ ସୁରକ୍ଷାବଳ କୁଲଗାମ ଜିଲ୍ଲାକୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଆତଙ୍କବାଦୀ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ପରେ ସୁରକ୍ଷାବଳ ଏହାର ଜବାବ ଦେବାକୁ ଯାଇ ପାଲଟା ଆକ୍ରମଣ କରିଥିବା ଜଣାପଡ଼ିଛି।