‘ଜେମ୍ସ ବଣ୍ଡ’ ଅଭିନେତା ସିନ୍ କନେରୀଙ୍କ ପରଲୋକ

ଲଣ୍ଡନ,ଏଜେନ୍ସି: କାଳ୍ପନିକ ଗୁପ୍ତଚର ଭିତ୍ତିକ ଚଳଚ୍ଚିତ୍ର ‘ଜେମ୍ସ ବଣ୍ଡ୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବିଶିଷ୍ଟ ସ୍କଟିସ୍ ଫିଲ୍ମ କିମ୍ବଦନ୍ତୀ ସିନ୍ କନେରୀଙ୍କର ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଫିଲ୍ମର ୭ଟି ସିରିଜ୍‌ରେ ଜେମ୍ସ ବଣ୍ଡ୍‌ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ସିନ୍ କନେରୀ ଅନେକ ଦିନ ହେଲା ରୋଗଶଯ୍ୟାରେ ପଡ଼ିଥିଲେ । ସେ ନିଜ ଜୀବନକାଳରେ ‘ଓସ୍କାର’, ‘ବାଫ୍‌ଟା’ ଏବଂ ତିନିଥର ‘ଗୋଲ୍ଡେନ୍ ଗ୍ଲୋବ୍‌’ ଆୱାର୍ଡ ବିଜୟୀ ହେବା ସହ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପାଇଥିଲେ । ‘ଦି ଅନ୍‌ଟଚେବଲ୍ସ’ ଫିଲ୍ମ ପାଇଁ ସେ ୧୯୮୮ରେ ଓସ୍କାର ବିଜୟୀ ହୋଇଥିଲେ । ଗତ ଅଗଷ୍ଟରେ ସେ ନିଜର ୯୦ତମ ଜନ୍ମଦିବସ ପାଳିଥିଲେ ।