ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ମିଳିଲା ବିଜେଡିର ସାଂଗଠନିକ ସଚିବ ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ଆଜି ବିଜେଡିର ସାଂଗଠନିକ ସଚିବ ଦାୟିତ୍ୱ ଦିଆଯାଇଛି। ବିଜୁ ଜୟନ୍ତୀରେ ବିଜେଡି ଅଫିସରେ ଦଳର ସୁପ୍ରିମୋ ଆଜି ଏହି ଘୋଷଣା କରିଛନ୍ତି।

ପରିଶ୍ରମୀ ନେତାଙ୍କୁ ପରିଶ୍ରମ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିବା କୁହାଯାଇଛି। ସୂଚନା ଅନୁସାରେ ବିଜେପୁର ଓ ପାଟକୁରା ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ଗୁରୁ ଦାୟିତ୍ୱ ତୁଲାଇଥିଲେ। ଏ ନେଇ ଆଜି ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ତାଙ୍କୁ ପ୍ରଦାନ କରିଛନ୍ତି। ସୁପ୍ରିମୋଙ୍କ ଏହି ନିଷ୍ପତ୍ତିକୁ ଦଳର କର୍ମକର୍ତ୍ତା ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୪, ୨୦୧୯ ବିଜେପୁର ଓ ପାଟକୁରା ନିର୍ବାଚନରେ ଦଳ ପାଇଁ ଅହରହ କାମ କରିଛନ୍ତି ପ୍ରଣବ ପ୍ରକାଶ ଦାସ। ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ। ଏହି ଅବସରରେ ବିଜେଡି କାର୍ୟ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପରିଶ୍ରମର ଫଳ ପ୍ରଦାନ କରିଛନ୍ତି। ସେହିପରି ଦଳକୁ ଆହୁରି ମଜଭୁତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୁପ୍ରିମୋ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ପଦଟି ପ୍ରଦାନ କରିଥିବା କର୍ମକର୍ତ୍ତା କହୁଛନ୍ତି।